ଯାତ୍ରା ରିହର୍ସାଲ୍‌ ବେଳେ କଳାକାରଙ୍କୁ ହତ୍ୟା, ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଯାତ୍ରା ରିହର୍ସାଲ୍‌ ବେଳେ କଳାକାରଙ୍କୁ ହତ୍ୟା, ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଖଲ୍ଲିକୋଟ ଖୋଜାପଲ୍ଲୀରେ ଯାତ୍ରା ରିହର୍ସାଲ୍‌ ବେଳେ ମୁଖ୍ୟ କଳାକାର ଚିତ୍ରସେନା ଜେନାଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା ଅଭିଯୋଗ। ଘଟଣାକୁ ୨୪ ଘଣ୍ଟା ପରେ ବି ଗିରଫଦାରୀ ହୋଇନାହିଁ । ପରିବାର ପକ୍ଷରୁ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି ।

ନାଟକ ରିହର୍ସାଲ୍‌ ବେଳେ ବର୍ବରକାଣ୍ଡ । କଳାକାରଙ୍କ ହତ୍ୟାକୁ ୨୪ ଘଣ୍ଟା, ପୁଲିସ ହାତ ଖାଲି । ଗଣେଶ ପୂଜା ପାଇଁ ରିହର୍ସାଲ ଚାଲିଥିବା ବେଳେ ମୁଖ୍ୟ କଳାକାର ଚିତ୍ରସେନା ଜେନାଙ୍କୁ ନିର୍ମମ ହତ୍ୟା, ଖଲ୍ଲିକୋଟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରିଥିଲେ ବି ପୁଲିସ ହାତ ଖାଲି। ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମଧ୍ୟ ଅଛି, ତଥାପି ଗିରଫଦାରୀ ଶୂନ। ପରିବାରର ଲିଖିତ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ତ ଜାରି ରଖିଛି। ହେଲେ କେବେ ଧରାପଡ଼ିବେ ଅପରଧୀ? ତାକୁ ନେଇ ଉଠିଛି ପ୍ରଶ୍ନ ।

ଖୋଜାପଲ୍ଲୀ ଗାଁ ମନ୍ଦିର ପାଖରେ ଥିବା ‘ଆମ ଗାଁ ଆମ ବିକାଶ’ କୋଠଘରେ ଚାଲିଥିଲା ଯାତ୍ରା ରିହର୍ସାଲ୍। ହଠାତ୍ ଦୁଇଜଣ ଯୁବକ ଆସି ଚିତ୍ରସେନଙ୍କୁ ଡାକି ନେଇଥିଲେ। କଥାବାର୍ତ୍ତା ଭିତରେ ହଠାତ୍ ସେମାନେ ଛୁରୀରେ ଚିତ୍ରସେନଙ୍କୁ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡିକାଲ୍ ଏବଂ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ଚିତ୍ରସେନ ସମର୍ଥନ କରିଥିବା ସରପଞ୍ଚ ବିଜୟୀ ହେବା ପରଠାରୁ ରାଜନୈତିକ ଶତ୍ରୁତା ଥିବା ଅଭିଯୋଗ କରିଛନ୍ତି ପତ୍ନୀ।

Leave a Reply

Your email address will not be published. Required fields are marked *