ମାମଲାରେ ୩ ଜଣଙ୍କୁ ଗିରଫ କରି ନୀଳ ଜହର ନେଟୱର୍କର ଖୋଳତାଡ଼ ଚଳାଇଛି ଅବକାରୀ ବିଭାଗ। କିଛି ଇଞ୍ଜିନିୟରିଂ ଛାତ୍ର ଏମାନଙ୍କର ଗରାଖ ଥିଲେ। ଅଭିଯୁକ୍ତଙ୍କ ସିଡ଼ିଆର ରିପୋର୍ଟ ଜରିଆରେ ମାଷ୍ଟରମାଇଣ୍ଡ ପାଖେ ପହଁଚିବାକୁ ଚେଷ୍ଟା କରୁଛି ଅବକାରୀ ବିଭାଗ।
କଣ୍ଟେନରରେ ଭର୍ତ୍ତି ହୋଇ କନ୍ଧମାଳରୁ ଆସୁଥିଲା କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଗଞ୍ଜେଇ। ଫିଲ୍ମ ଷ୍ଟାଇଲ୍ରେ ଗୋଡ଼ାଇ ଗୋଡ଼ାଇ ଧରିଲା ଅବକାରୀ ବିଭାଗ। ଗଂଜେଇ ଚାଲାଣରେ ସଂପୃତ୍ତ ୩ ଜଣ କାବୁ ହୋଇଥିବା ବେଳେ ମାଷ୍ଟରମାଇଣ୍ଡକୁ ଧରିବାକୁ ତନାଘନା ଚଳାଇଛି ଅବକାରୀ ବିଭାଗ।
ଆଗେ ଆଗେ ଗଞ୍ଜେଇ ଗାଡ଼ି, ପଛେ ପଛେ ଅବକାରୀ ବିଭାଗ। ରାଜପଥରେ ଅବକାରୀ ବିଭାଗ ଏବଂ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଥକାପଞ୍ଝା। ରିଲ୍ ନୁହେଁ, ରିୟଲ ଅପରେସନ। କନ୍ଧମାଳରୁ ଭୁବନେଶ୍ୱର ଆସୁଥିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି। ପୂର୍ବ ସୂଚନା ମୁତାବକ ତମାଣ୍ଡୋ ନିକଟରେ ଛକି ରହିଥିଲା ଅବକାରୀ ବିଭାଗର ଟିମ୍। କଣ୍ଟେନରକୁ ଦେଖିବା ପରେ, ଆରମ୍ଭ ହୋଇଥିଲା ଅପରେସନ। ମଝି ରାତିରେ ଆତଙ୍କ ଖେଳାଉଥିଲେ ଗଞ୍ଜେଇ ବେପାରୀ, ଆଉ ଜୀବନକୁ ବାଜି ଲଗାଇ ଧରିବାକୁ ଉଦ୍ୟମ କରୁଥିଲା ଅବକାରୀ ଟିମ୍। ଆଚାର୍ୟ୍ୟବିହାର ପର୍ୟ୍ୟନ୍ତ ଚାଲିଥିଲା ଗୋଡ଼ାଗୋଡ଼ି। ଅନ୍ଧାର ରାତିରେ ଚୋର ପୁଲିସର ଖେଳ ଭିତରେ ଅଟକି ଥିଲା କଣ୍ଟେନର। ଗାଡ଼ିରୁ ବାହାରିଥିଲା ପ୍ରାୟ ୬ କ୍ବିଣ୍ଟାଲ ଗଞ୍ଜେଇ।
ମାମଲାରେ ୩ ଜଣଙ୍କୁ ଗିରଫ କରି ନୀଳ ଜହର ନେଟୱର୍କର ଖୋଳତାଡ଼ ଚଳାଇଛି ଅବକାରୀ ବିଭାଗ। କିଛି ଇଞ୍ଜିନିୟରିଂ ଛାତ୍ର ଏମାନଙ୍କର ଗରାଖ ଥିଲେ। ଅଭିଯୁକ୍ତଙ୍କ ସିଡ଼ିଆର ରିପୋର୍ଟ ଜରିଆରେ ମାଷ୍ଟରମାଇଣ୍ଡ ପାଖେ ପହଁଚିବାକୁ ଚେଷ୍ଟା କରୁଛି ଅବକାରୀ ବିଭାଗ।
ନିଶା ମାଫିଆଙ୍କ ବିରୋଧରେ ଦଣ୍ଡବିଧାନ କଠୋର ହେଉଛି। ଏସବୁ ପରେ ବି ନିତିଦିନ ଗଞ୍ଜେଇ ଚାଲାଣ, ଅବକାରୀ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅଧିକାଂଶ ଗାଡିର ମାଲିକାନା ନବଦଳାଯାଇ ମଧ୍ୟ ସେଥିରେ ନିଶା କାରବାର କରାଯାଉଥିବା ଜାଣିବାକୁ ପାଇଛି ଅବକାରୀ ବିଭାଗ। ସେ କ୍ଷେତ୍ରରେ ପ୍ରକୃତ ମାଲିକଙ୍କ ପ୍ରତି ଆଗକୁ ବଢ଼ିପାରେ ଅଡ଼ୁଆ।