ନ୍ୟୁଜିଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ପରେ ପ୍ରଥମ ଗସ୍ତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ। ମୋଦୀ ଅକଲାଣ୍ଡ ବିମାନବନ୍ଦରରେ ପହଞ୍ଚିବା ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇଦିନିଆ ରହଣି ସମୟରେ ଲକ୍ସନଙ୍କ ସହ ମୋଦୀ ଆଲୋଚନା କରିବେ। ଭାରତ ଓ ନ୍ୟୁଜିଲାଣ୍ଡ ଚଳିତବର୍ଷ ଏପ୍ରିଲ ୨୭ ତାରିଖରେ ନୂଆଦିଲ୍ଲୀଠାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କରିଥି‌‌ଲେ। ଏବେ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ୟ୍ୟାୟରେ ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଦୁଇଦିନିଆ ଗସ୍ତ କାଳରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ  ମୋଦୀ   ଆଲୋଚନା କରିବେ ଏବଂ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯାଇଛନ୍ତି।

୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ।  ମୋଦୀ ଅକଲାଣ୍ଡ ବିମାନବନ୍ଦରରେ ପହଞ୍ଚିବା ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇଦିନିଆ ରହଣି ସମୟରେ ଲକ୍ସନଙ୍କ ସହ ମୋଦୀ ଆଲୋଚନା କରିବେ। ଭାରତ ଓ ନ୍ୟୁଜିଲାଣ୍ଡ ଚଳିତବର୍ଷ ଏପ୍ରିଲ ୨୭ ତାରିଖରେ ନୂଆଦିଲ୍ଲୀଠାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କରିଥି‌‌ଲେ। ଏବେ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ।  ମୋଦୀଙ୍କ ଗସ୍ତର ଦିନକ  ପୂର୍ବରୁ  ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ସହିତ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ  ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ।  ନ୍ୟୁଜିଲାଣ୍ଡରୁ ଭାରତକୁ ପଠାଯାଉଥିବା ୫୭ ପ୍ରତିଶତ ସାମଗ୍ରୀ  ଶୁଳ୍କମୁକ୍ତ ହେବ। ଏହାକୁ ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।  ଲକ୍ସନଙ୍କ ନିମନ୍ତ୍ରଣରେ ନ୍ୟୁଜିଲାଣ୍ଡ    ଗସ୍ତ କରିଛନ୍ତି ମୋଦୀ।   ବାଣିଜ୍ୟ ଏବଂ ପ୍ରତିରକ୍ଷା ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିବେ ମୋଦୀ।  ଭାରତୀୟ ପ୍ରବାସୀମାନଙ୍କର  ବିଶାଳ ସମାବେଶକୁ ମୋଦୀ ସମ୍ବୋଧିତ କରିବା କାର୍ୟ୍ୟକ୍ରମ ରହିଛି। ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ମୋଦୀ ଆଲୋଚନା କରିବେ ।  ପ୍ରବାସୀ ଭାରତୀୟମାନଙ୍କର ଏକ ବିଶାଳ ସମାବେଶକୁ ମୋଦୀ ସମ୍ବୋଧିତ କରିବା କାର୍ୟ୍ୟକ୍ରମ ରହିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଭାରତୀୟ ସମ୍ପ୍ରଦାୟ  ଜୀବନ୍ତ ସେତୁ ଭାବରେ କାର୍ୟ୍ୟ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଦୁଇରାଷ୍ଟ୍ରର  ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ନୂଆ ଗତି ପାଇବ ବୋଲି ଆଶା କରାଯାଉଛି।  ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ନେଇ ସମସ୍ତେ  ଉତ୍ସାହିତ ଅଛନ୍ତି।  ଭାରତ-ନ୍ୟୁଜିଲାଣ୍ଡ ସହଭାଗିତାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *