ରଣପୁର,13/06 ଏବେ ବି ମନ୍ଦାକିନୀ ସେତୁ
ଅଧାରେ ପଡ଼ି ରହିଛି । ନେତା ଆସି ନେତା ଚାଲି ଯାଇ ଥିଲେ ମଧ୍ୟ କାମ ଶେଷ ହୋଇ ପାରୁନାହିଁ । ବିଜେଡି ସମୟରୁ କାର୍ଯ୍ୟ ଆରମ୍ଭ ହୋଇ ଆଜକୁ ପ୍ରାୟ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଅଧାରେ କାମ ରହିଛି । ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପତିପୁର ମଲାଗୁନି ନଦୀ ଉପରେ ବହୁ ପୁରାତନ ମନ୍ଦାକିନୀ ସେତୁ ଅବସ୍ଥିତ ରହିଛି । ଏହି ରାସ୍ତା ଦେଇ ହଜାର ହଜାର ଲୋକମାନେ ଯିବା ଆସିବା କରନ୍ତି । ମୁଖ୍ୟତଃ ଏହି ରାସ୍ତା ଦେଇ ବ୍ଲକ, ତହସିଲ, ଡାକ୍ତର ଖାନା,କୋର୍ଟ ଆଦି ପ୍ରତିଦିନ ୫୦୦୦ରୁ ଉର୍ଦ୍ଧ ଲୋକମାନେ ଯିବା ଆସିବା କରିଥାନ୍ତି। ଏହି ସେତୁ ଭାଙ୍ଗି ଯାଇ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ସେତୁ ନିର୍ମାଣ ପାଇଁ ୫ କୋଟି ୪୧ଲକ୍ଷ୍ୟ ବ୍ୟୟ ଅଟକଳ କରାଯାଇ କାମ ଆରମ୍ଭ ହୋଇ ଥିଲା । କାର୍ଯ୍ୟର ଶେଷ ତାରିଖ ୦୧.୦୭.୨୦୨୪ ମସିହାରେ ଥିବା ବେଳେ କାର୍ଯ୍ୟ ଶେଷ ଅବଧିର ୨ବର୍ଷ ବିତ୍ତୀ ଯାଇ ଥିଲେ ମଧ୍ୟ ୬୦ ପ୍ରତିଶତ କାମ ଶେଷ ହୋଇଛି । ଆଗକୁ ବର୍ଷା ଦିନ ଆସୁ ଥିବାରୁ ପାର୍ଶ୍ଵରେ ନିର୍ମାଣ ହୋଇ ଥିବା ରାସ୍ତା ଦେଇ ନଦୀର ଜଳସ୍ତର ରାସ୍ତା ଉପରକୁ ଉଠି ଯାଇ ଥାଏ । ଫଳରେ ଯାତାୟାତରେ ବହୁ ସମସ୍ୟା ଦେଖା ଦେଇ ଥାଏ। ସେହି ରାସ୍ତାଟି ଅତି ସଂକୀର୍ଣ୍ଣ ହୋଇ ଥିବାରୁ ଶତାଧିକ ଦୁର୍ଘଟଣା ଘଟୁ ଥିବା ବେଳେ ମଧ୍ୟ ଆମ୍ବୁଲାନ୍ସ ଯିବାରେ ମଧ୍ୟ ବାଧା ସୃଷ୍ଟି ହୋଉଛି । ତେବେ ଏନେଇ ନିର୍ମାଣ କାରି ସଂସ୍ଥାକୁ ପଚରା ଯିବାରୁ ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ ହୋଇ ଯିବ ବୋଲି ଉତ୍ତର ରଖିଥିବା ବେଳେ ୬ ବର୍ଷରେ ଅଧା କାମ ସାରିଥିବା ବେଳେ ଏକ ମାସରେ ଅଧା କାମ କିଭଳି ଶେଷ ହେବ ସେନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ସେତୁ ନିର୍ମାଣ ହେବା ପାଇଁ ୪ ବର୍ଷରୁ ଉର୍ଦ୍ଧ ସମୟ ଲାଗେ ତାହାଲେ ଏଥି ପାଇଁ ଦାୟୀ କିଏ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି।
ରଣପୁର ରୁ ସୁଶାନ୍ତ କୁମାର ଡାକୁଆ
