ଲାଞ୍ଜିଗଡ, ତ୍ରିଲୋଚନ ପୁର ରେ ବଜ୍ରାଘାତରୁ ଅଳ୍ପକେ ବଞ୍ଚିଲେ ନା ବାଳକ ଶିଶୁ l
କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ୪ ଜଣ ବାଳକ ଆଜି ଗ୍ରାମର କିଛି ଦୁର ଜଙ୍ଗଲ ମଧ୍ୟକୁ ଆମ୍ବ ଗୋଟେଇବା ପାଇଁ ଯାଇଥିଲେ I ଦିନର ୧୦ ଘଣ୍ଟା ୪୫ ମିନିଟ ସମୟରେ ପ୍ରବଳ ଝଡ ତୋଫାନ ବର୍ଷା ସହିତ ବିଜୁଳି ଘଡଘଡି ମାରିଥିଲା ସେହି ସମୟରେ ଚାରି ଜଣ ଯାକ ଛୁଆ ଗୋଟେ ଆମ୍ବ ଗଛ ତଳେ ଲୁଚି ଯାଇଥିଲେ I ଏହି ସମୟରେ ସେହି ଆମ୍ବ ଗଛକୁ ହିଁ ବିଜୁଳି ମIରିଥଲା ଯାହାଫଳରେ ସେ ଗଛ ତଳେ ଛିଡା ହୋଇଥିବା ଛୁଆମାନେ ସେଠାରେ ହିଁ ମୂର୍ଚ୍ଛା ହୋଇ ପଡି ଯାଇଥିଲେ I ତାରି କିଛି ସମୟ ପରେ ସେ ପାଖ ଗାଁ ର ଲୋକ କିଛି ଦେଖିଥିଲେ ଓ ସଙ୍ଗେସଙ୍ଗେ କୁନାକାଡୁ ଯାଇ ସେ ଛୁଆ ମାନଙ୍କ ପରିବାର ଲୋକଙ୍କୁ ଡାକି ଆଣିଥିଲେ I ସେମାନଙ୍କ ମଧ୍ୟରେ ମIନ୍ଦି ମାଝୀ (୧୨) ବର୍ଷ,ଡ୍ରେଞ୍ଜୁ ମାଝୀ (୧୦) ବର୍ଷ,ସେତ୍ରୁ ମାଝୀ (୧୧) ବର୍ଷ,ମାନୁ ମାଝୀ (୧୩) ଛୁଆମାନଙ୍କ ପରିବାର ଲୋକ ସେଠାରେ ପହଞ୍ଚି ତୁରନ୍ତ ଫୋନ୍ ଯୋଗେ ୧୦୮ ଆମ୍ବୁଲେନ୍ସ କୁ ଡାକଇ ଆମ୍ବୁଲେନ୍ସ ଯୋଗ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ତାପରେ ତୁରନ୍ତ ଖବର ପାଇ ଲାଞ୍ଜିଗଡ ବିଡ଼ିଓ ଶଶIଙ୍କ ପାତ୍ର ଲାଞ୍ଜିଗଡ ଡାକ୍ତରଖାନାରେ ପହଞ୍ଚି ସମସ୍ତ ପରିବାରର ଲୋକଙ୍କ ସାଥିରେ କଥା ହେଇ ଲାଞ୍ଜିଗଡ ଡାକ୍ତରଖାନାର ଡାକ୍ତର ମାନଙ୍କ ସହିତ କଥା ହୋଇ ଉତ୍ତମ ଚିକିତ୍ସା ଯୋଗେଇଦେବା ପାଇଁ ନିର୍ଦେଶ ଦେଇଥିଲେ I ତୁରନ୍ତ ଲାଞ୍ଜିଗଡ ଡାକ୍ତରଖାନାର ଡ଼ଃ ଭୋବନି ଶଙ୍କର ଲେଙ୍କା,ଡ଼ଃ ଇଦଗୀତା ଚନ୍ଦା, ଡ଼ଃ ତନ୍ମୟ କୁମାର ପଣ୍ଡା, ତପନ କୁମାର ସାହୁ, ପ୍ରାୟଙ୍କା ହାଁସଦା,ଡାମ୍ବୁରୁଧର ନାଏକ ଚିକିତ୍ସା ଆରମ୍ଭ କରି ଦେଇଥିଲେ ଏବେ ଛୁଆମାନେ ବର୍ତ୍ତମାନ ପୁରାପୁରି ସୁସ୍ଥ ଅଛନ୍ତି ବୋଲି ଆମ ଆଘରେ ବିଡ଼ିଓ ଶ୍ରୀ ପାତ୍ର ଓ ଡ଼ଃ ଶ୍ରୀ ଲେଙ୍କା ପ୍ରକାଶ କରିଛନ୍ତି I
କଳାହାଣ୍ଡି ଜିଲ୍ଲା ପ୍ରତିନିଧି (ମହେଶ୍ୱର ପତି) ଙ୍କ ରିପୋର୍ଟ l
