ଆତ୍ମ ଘୋଷିତ ଅଣ ସ୍ୱୀକୃତି ପ୍ରାପ୍ତ ବଇଦ ଭରସାରେ କଳାହାଣ୍ଡି ଜିଲ୍ଲା ର ରୋଗୀ ।

ଭବାନୀପାଟଣା,୨୩/୦୬  (ମହେଶ୍ୱର ପତି

କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସଦର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ କଳାହାଣ୍ଡି ଜିଲ୍ଲା । ଏହି ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ,ପାନୀୟ ଜଳ ଓ ଗମନା ଗମନ କ୍ଷେତ୍ରରେ ସେତେଟା ଅଗ୍ରଗତି କରିନଥିବା ପରି ମନେ ହୁଏ ।କିନ୍ତୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ପଛରେ ପଡ଼ିଥିବା ପରିଲିକ୍ଷିତ ହେଉଛି । ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ବି ବହୁ ଡାକ୍ତର ପଦ ପଦବୀ ଆଜିପର୍ଯ୍ୟନ୍ତ ପୂରଣ ହୋଇପାରିନି। ଅନ୍ୟପଟେ ଟେକ୍ନିସିଆନ ଅଭାବରୁ ବହୁ ମୂଲ୍ୟବାନ ରୋଗ ନିରୂପଣ ଯନ୍ତ୍ର ପାତି ମଧ୍ୟ ଖତ ଖାଉଛି । ଜିଲ୍ଲାର ଏକ ମାତ୍ର ଭାରସାଯୋଗ୍ୟ ମୁଖ୍ୟ ଚିକିତ୍ସାଳୟ ଥିବାବେଳେ ପ୍ରତହ୍ୟ ଏଠାକୁ ହଜାର ହଜାର ସଂଖ୍ୟକ ରୋଗୀ ଅତି ଶଙ୍କଟାପର୍ଣ୍ଣ ଅବସ୍ଥାରେ ଆସିଥାନ୍ତି । ତାହାର କାରଣ ହେଲା କମ ସଂଖ୍ୟକ ଡାକ୍ତରଙ୍କୁ ରୋଗୀ ସଂଖ୍ୟା ପ୍ରବଳ । ତେଣୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ ବାରଣ୍ଡାରେ ଅପେକ୍ଷା କରିବାକୁ ପଡିଥାଏ । ଶେଷରେ ନିରାଶ ଏବଂ ହତଉତ୍ସାହିତ ହୋଇ ଗାଁ ବଇଦ,କ୍ଵାକ ଏବଂ ଅଣପଞ୍ଜିକୃତ ତଥା ଅନଭିଜ୍ଞ ଆତ୍ମଘୋଷିତ ବଇଦଙ୍କ ସରଣା ପର୍ଣ୍ଣ ହୋଇ ତାଙ୍କ ମାୟାଜାଲରେ ପଡିଯାନ୍ତି । ଏହି ବଇଦ ମାନେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଙ୍କ ଠାରୁ ଇଆଡୁ ସିଆଡୁ ଚେର ମୂଳି ଦେଇ ରୋଗ ସମ୍ପୂର୍ଣ୍ଣ ଭଲ କରିଦେବାର ମିଥ୍ୟା ଆଶ୍ବସନା ପ୍ରଦାନ କରିଥାନ୍ତି । ଏବଂ ଧୀରେ ଧୀରେ ପଇସା ଶୋଷିନେଇଥାନ୍ତି,ଚିକିତ୍ସା ହେବା ର କିଛି ଦିନ ଗଲାପରେ ଯେତେବେଳେ ରୋଗୀର ସ୍ୱାସ୍ଥ୍ୟବସ୍ତା ଅଧିକ ବିଗିଡ଼ିଯାଏ ଏବଂ ରୋଗ ଅଣାୟତ୍ତ ହୋଇଯାଏ ସେତେବେଳେ ରୋଗୀଙ୍କୁ ନିରାଶ ହୋଇ ପୁଣି ସେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭାଗ୍ୟକୁ ଆଦରି ଭଗବାନ ଙ୍କ ଭରସାରେ ଆସି ଚିକିତ୍ସା ହୋଇଥାନ୍ତି । ଭାଗ୍ୟ ଭଲ ଥିଲେ ରୋଗୀଟି ଭଲ ହୋଇ ଘରକୁ ଫେରେ ନହେଲେ ସେଠାରେ ତାକୁ ପ୍ରାଣ ହରାଇବାକୁ ପଡିଥାଏ । ଏହା ଯେ କେବଳ ଜିଲ୍ଲାର ଅତ୍ୟନ୍ତ ଉପାନ୍ତ ଅଞ୍ଚଳ ବାସି ଏହି ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇଥାନ୍ତି ତାହା ନୁହେଁ, ଖୋଦ ଭବାନୀପାଟଣା ସହରର ମଧ୍ୟ ଭାଗର ମହାବୀର ପଡ଼ାରେ ଜଣେ ଏମିତି ଆତ୍ମ ଘୋଷିତ ବଇଦ ବାହାରି ଛନ୍ତି ଯେ ସେ ବହୁ ପୁରୁଣା ଦୁରାରୋଗ୍ୟ ବ୍ୟାଧିକୁ ମଧ୍ୟ ଭଲ କରିଦେବା ପାଈଁ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ପଛାଉ ନାହାନ୍ତି । ଏହି ମିଥ୍ୟା ଖବର ପାଇ ପ୍ରତେହ ଏଠାକୁ ରୋଗୀମାନଙ୍କର ଲମ୍ବା ଲାଇନ ମଧ୍ୟ ଲାଗୁଥିବା ଆମ ନଜରକୁ ଆସିଛି । ତେଣୁ ଖବର ପ୍ରସାରଣ ପରେ ଅନ୍ତତଃ ପକ୍ଷେ ବିଭାଗୀୟ ଅଧିକାରୀ ଙ୍କର ଏହି ସମ୍ବେଦନ ଶୀଳ ଘଟଣା ଉପରେ ଦୃଷ୍ଟି ପଡିବା ସହ ଏହିଭଳି ମିଥ୍ୟା ମାୟା ଜାଲ ଆଉ କେଉଁ ମାନେ ବସାଇଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଦୃଢ ଆଇନୀ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିହେଉଛି ।

Leave a Reply

Your email address will not be published. Required fields are marked *