ଅବସ୍ଥାରେ କପୁରମାଲ ଧାନ ମଣ୍ଡି, ଜୟପାଟଣା ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚାଷୀ |

ଭବାନୀପାଟଣା,୨୬/୦୬ (ମହେଶ୍ୱର ପତି) ଜିଲ୍ଲାପ୍ରତିନିଧି କଳାହାଣ୍ଡି।

କଳାହାଣ୍ଡି ଜିଲ୍ଲା,ଜୟପାଟଣା ବ୍ଲକ ମଙ୍ଗଳପୁର ପେକ୍ସ ଅଧୀନରେ ଥିବା କପୁରମାଲ ସବ୍-ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ମଣ୍ଡିରୁ ଧାନ ନଉଠିବା ଏବଂ ଦଲାଲରାଜ୍‌ ପ୍ରତିବାଦରେ ଗତକାଲି ଗୁରୁବାର ଦିନ ୧୧ ଘଣ୍ଟା ୩୦ ମିନିଟ ସମୟରେ ଶତାଧିକ ଚାଷୀ ଜୟପାଟଣା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଚାଷୀମାନେ ଗତ ମେ ମାସରୁ ନିଜର କଷ୍ଟଅର୍ଜିତ ଧାନ ବିକ୍ରି କରିବା ପାଇଁ କପୁରମାଲ ମଣ୍ଡିକୁ ଆଣିଛନ୍ତି । ହେଲେ ଦୀର୍ଘ ଏକମାସ ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମଣ୍ଡିକୁ ଆବଶ୍ୟକ ମୁତାବକ ଟ୍ରକ୍ ଆସୁନାହିଁ । ଫଳରେ ଚାଷୀଙ୍କ ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡ଼ିରହି ବର୍ଷା ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ଜୁନ୍ ମାସ ଶେଷ ହେବାକୁ ଯାଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ କୌଣସି ଆନ୍ତରିକତା ପ୍ରକାଶ ପାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ମଣ୍ଡି ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାର ସୁଯୋଗ ନେଇ ମଣ୍ଡିରେ ସକ୍ରିୟ ଥିବା ଦଲାଲମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଧାନ ଉଠାଇବା ବଦଳରେ କୁଇଣ୍ଟାଲ ପିଛା ଅଧିକ ପରିମାଣର କଟନୀ ଦେବା ପାଇଁ ଚାଷୀଙ୍କୁ ବାଧ୍ୟ କରାଯାଉଛି । ଫଳରେ ଚାଷୀ ଦୋଛକିରେ ପଡ଼ିଛନ୍ତି-ଏପଟେ ମୌସୁମୀ ବର୍ଷା ଭୟ,ସେପଟେ ଦଲାଲଙ୍କ ଜୁଲୁମ୍ ଚାଲିଛି,ଏ ନେଇ ଆଜି ଚାଷୀମାନେ ଏକତ୍ରିତ ହୋଇ ତହସିଲଦାରଙ୍କୁ ସାକ୍ଷାତ କରିଛନ୍ତି ଏବଂ ମଣ୍ଡିର ସମସ୍ତ ସମସ୍ୟା ବାବଦରେ ଅବଗତ କରାଇଛନ୍ତି।ତୁରନ୍ତ ମଣ୍ଡିକୁ ଟ୍ରକ୍ ଯୋଗାଇବା ସହ ମିଲର ଓ ଦଲାଲଙ୍କ ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ସେମାନେ ଚାଷୀ ସମୁହ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *