ଲାଞ୍ଜିଗଡ,ହରେକୃଷ୍ଣପୁର ଛକ ନିକଟରେ ପାଉଁଶ ବୋଝଇ ହIଇବା ଧକIରେ ଜଣକର ମୃତ୍ୟୁ I

କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମର ଛକ ନିକଟରେ ଗତକାଲି ରାତି ୦୮ ଘଣ୍ଟା ୩୬ ମିନିଟ ସମୟରେ ଜଣେ ଯୁବକ ମର୍ମାନ୍ତୁକ ଦୁର୍ଘଟଣା ଘଟି ଥିଲା ତାଙ୍କ ନାମ ହେଲା ଶମ୍ଭୁ ଗୌଡ଼ (୨୫) ବର୍ଷୀୟ ଯୁବକ ତାଙ୍କର ନିଜ ଗ୍ରାମ ଛାତିଗୁଡା ନିକଟ ପାଣିମୁଣ୍ଡାକୁ ନିଜ ବାଇକ ନମ୍ବର ଓଡି – ୦୮ ଏନ -୧୧୫୧ ଯୋଗେ ଯାଉଥିବା ସମୟରେ ପଛରୁ ପିଟିଲା ଏକ ପାଉଁଶ ବୋଝଇ ହIଇବା ଗାଡି ନମ୍ବର ଓଡି-୧୮-ଆର -୩୯୬୦ ସେଠାରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ ତୁରନ୍ତ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବେଦାନ୍ତ କମ୍ପାନୀ ଆମ୍ବୁଲେନ୍ସ ଯୋଗେ ସେଠାରେ ନେଇ ଭର୍ତ୍ତି କରିଥିଲେ I ଲାଞ୍ଜିଗଡ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଡ଼ଃ ବିବେକ ସାହୁ ଓ ଡ଼ଃ ଇଦଗୀତା ଚନ୍ଦା ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ I ତାପରେ ସଙ୍ଗେସଙ୍ଗେ ବେଦାନ୍ତ କମ୍ପାନୀକୂ କହି ଆମ୍ବୁଲେନ୍ସ ଆଣୀ,ତାଙ୍କୁ ପରିବାର ଲୋକେ ତାଙ୍କୁ ବିଶାଖାପାଟଣାରେ ଉତ୍ତମ ଚିକିତ୍ସ ପାଇଁ ନେଇ ଯାଉଥିଲେ I ଭIଗ୍ୟ ବଶତଃ ରାୟଗଡା ପଖାପାଖି ତାଙ୍କର ମୃତ୍ୟୁ ଘଟିଥିଲା ସେଠାରୁ ସେହି ଶବକୁ ଫେରେଇ ଆଣି ଲାଞ୍ଜିଗଡ ବେଦାନ୍ତ ସମ୍ମୁଖରେ ରାତ୍ର ୦୫ ଘଣ୍ଟା ସମୟରେ ବେଦାନ୍ତର ଆମ୍ବୁଲେନ୍ସ ଗାଡି ଭିତରେ ଶବକୁ ରଖି ଗେଟ ସମ୍ମୁଖରେ ଧାରଣରେ ବସିଥିଲେ I ମୃତ୍ୟୁକ ପରିବାର ଲୋକ ଖେତୀ ପୂରଣ ପାଇଁ ଦାବି କରି ବେଦାନ୍ତ ମୁଖ୍ୟ ଫାଟକାରେ ଅଡ଼ି ବସିଥିଲେ I ଏହି ଖବର ପାଇ ଲାଞ୍ଜିଗଡ ଆଇ.ଆଇ.ସି ତୁରନ୍ତ ନିର୍ଦେଶ ଦେଇଥିଲେ ଏସ.ଆଇ ଡୋଳାମଣି ବିଷି ଓ ଏ.ଏସ.ଆଇ ମୋହନ କୁମାର ପାରଜା ଙ୍କୁ ଘଟଣା ସ୍ଥଳକୁ ପଠେଇଥିଲେ ତIପରେ ଶ୍ରୀ ବିଶି ସଦଳବଳେ ନେଇ ଧାରଣା ଦିଆ ଯାଇଥିବା ବେଦାନ୍ତ ମୁଖ୍ୟ ଫାଟକରେ ପହଞ୍ଚି ଯାଇଥିଲେ I ତାରି ସଙ୍ଗେସଙ୍ଗେ ବେଦାନ୍ତର କିଛି ଉଚ୍ଚ କତୃପକ୍ଷ ମଧ୍ୟ ଧାରଣା ପାଖରେ ପହଞ୍ଚି ଯାଇଥିଲେ, ଧାରଣା ଦେଇଥିବା ସମସ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା I ୫ ଘଣ୍ଟା ପରେ ଯାଇ ଶେଷରେ ୦୯ ଘଣ୍ଟା ୪୫ ମିନିଟ ସମୟରେ ନିଷ୍ପତି ହୋଇଥିଲା ପରେ ସମସ୍ତେ ଧାରଣାରୁ ଉଠିଥିଲେ I ତାପରେ ଲାଞ୍ଜିଗଡ ପୋଲିସ ଶବ କୁ ଜବତ କରି ବ୍ୟବଚ୍ଛଦ କରିବା ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ପଠାଇ ଦେଇଥିଲେ ବ୍ୟବଚ୍ଛେଦ ପରେ ସେହି ଶବ ଟିକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ଉପସ୍ଥିତ ରେ ହସ୍ତାନ୍ତର କରଯାଇଥିଲା I

        କଳାହାଣ୍ଡି ଜିଲ୍ଲା ପ୍ରତିନିଧି (ମହେଶ୍ୱର ପତି) ଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *