ଦେଖିବାକୁ ମନଲୋଭା, ଦେହ ପାଇଁ ହିତକାରୀ। ରାସ୍ତା କଡ଼ରେ ମେଲିଛି ପାଚିଲା ସପୁରୀର ପସରା। ବାଲେଶ୍ବର ସହରର ଏ ଦୃଶ୍ୟ। ଶହେ ଟଙ୍କାରେ ମିଳୁଛି ୩ରୁ ୪ଟି ସପୁରୀ। ଦେଶୀ ସପୁରୀ ତୁଳନାରେ ଦର ଟିକେ କମ୍ ଥିବାରୁ ଗ୍ରାହକମାନେ ମଧ୍ୟ ମନଖୁସିରେ କିଣି ନେଉଛନ୍ତି। ଆନ୍ଧ୍ରରୁ କ୍ବିଣ୍ଟାଲ କ୍ବିଣ୍ଟାଲ ସପୁରୀ ଆଣି ବାଲେଶ୍ବରରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଆଉ ବେସ୍ ଦୁଇ ପଇସା ଲାଭ ବି କରୁଛନ୍ତି।
କଦଳୀ ଏବଂ ମାଛ ଭଳି ଏବେ ସପୁରୀ ପାଇଁ ମଧ୍ୟ ଆନ୍ଧ୍ର ଉପରେ ନିର୍ଭରଶୀଳ ଓଡ଼ିଶା। ଆନ୍ଧ୍ର ସପୁରୀରୁ ଜୁସ୍ ହେଉଛି, ଲୋକେ ଖାଇବା ଲାଗି ଘରକୁ କିଣି ନେଉଛନ୍ତି। ବଜାରରୁ ଉଭାନ ଦେଶୀ ସପୁରୀ। ଯେଉଁଠି ବି ମିଳୁଛି ଦର ବହୁତ ଉଚ୍ଚା। ଯାହାର ଫାଇଦା ନେଉଛି ଆନ୍ଧ୍ର।
ଦେଖିବାକୁ ମନଲୋଭା, ଦେହ ପାଇଁ ହିତକାରୀ। ରାସ୍ତା କଡ଼ରେ ମେଲିଛି ପାଚିଲା ସପୁରୀର ପସରା। ବାଲେଶ୍ବର ସହରର ଏ ଦୃଶ୍ୟ। ଶହେ ଟଙ୍କାରେ ମିଳୁଛି ୩ରୁ ୪ଟି ସପୁରୀ। ଦେଶୀ ସପୁରୀ ତୁଳନାରେ ଦର ଟିକେ କମ୍ ଥିବାରୁ ଗ୍ରାହକମାନେ ମଧ୍ୟ ମନଖୁସିରେ କିଣି ନେଉଛନ୍ତି। ଆନ୍ଧ୍ରରୁ କ୍ବିଣ୍ଟାଲ କ୍ବିଣ୍ଟାଲ ସପୁରୀ ଆଣି ବାଲେଶ୍ବରରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଆଉ ବେସ୍ ଦୁଇ ପଇସା ଲାଭ ବି କରୁଛନ୍ତି।
ସରକାରୀ ରିପୋର୍ଟ କହୁଛି, ବାଲେଶ୍ବରରେ ୮୮ ହେକ୍ଟର ଜମିରେ ସପୁରି ଚାଷ ହୋଇଛି। ହେକ୍ଟର ପିଛା ୪୦ ହଜାର ଗଛ ଲାଗିବା କଥା। ସେ ହିସାବରେ ବାଲେଶ୍ବର ବଜାରରେ ପର୍ୟ୍ୟାପ୍ତ ପରିମାଣର ସ୍ଥାନୀୟ ସପୁରୀ ମିଳିବା କଥା। କିନ୍ତୁ ସେମିତି ସ୍ଥିତି ନାହିଁ। ଏ ନେଇ ଉଦ୍ୟାନ ବିଭାଗ କହିଛି ସପୁରୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ନାହିଁ। ଚାଷୀ ଆଗ୍ରହ ଦେଖାଇଲେ ସହାୟତା ଯୋଗାଇ ଦିଆଯିବ।