ସୁଜାତା ମିଶିବା ପରେ ବିଜେଡିରେ ନୂଆ ସମୀକରଣ ; ସୁନୀଲ ଓ ଶୁଭାଶିଷ ମୁହାଁମୁହିଁ ସ୍ଥିତି

ସୁଜାତା ମିଶୁ ମିଶୁ ଦଳରେ ଏବେ ନୂଆ ସମୀକରଣ ଦେଖିବାକୁ ମିଳିଛି। ବବି ଦାସ ବିଜେଡି ପିକ୍ଛରରୁ ଆଉଟ ହୋଇଥିବା ବେଳେ ଇନ ହୋଇଛନ୍ତି ସଞ୍ଜୟ ଦାସବର୍ମା। ପ୍ରଣବଙ୍କ ଭଳି ଜିଲ୍ଲା ଜିଲ୍ଲା ବୁଲି ସଙ୍ଗଠନ କଥା ବୁଝିବା ସହ ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ କରୁଛନ୍ତି ସଞ୍ଜୟ। ସେପେଟ ସୁଜାତାକୁ ନେଇ ପୁରୀ ବିଜେଡିରେ ଆରମ୍ଭ ହୋଇଛି ବିବାଦ।

ବବିଙ୍କ ରୋଲ୍‌ରେ ସଞ୍ଜୟ!
ବିଜେଡିରେ ନୂଆ ସମୀକରଣ
ଜିଲ୍ଲା ଜିଲ୍ଲା ବୁଲି ସଙ୍ଗଠନ ଦେଖୁଛନ୍ତି ଦାସବର୍ମା

ଦିନେ ବିଜେଡିର ସଙ୍ଗଠନର ଭାର ସମ୍ଭାଳୁଥିଲେ ପ୍ରଣବ ପ୍ରକାଶ ଦାସ। ପାଣ୍ଡିଆନଙ୍କ ପାଖେ ପାଖେ ରହି ସଙ୍ଗଠନ କଥା ବୁଝୁଥିଲେ। ହେଲେ ୨୦୨୪ ନିର୍ବାଚନ ହାରିବା ପରେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଲେ ଆଉ ଦଳରେ ବବିଙ୍କର ଏତେଟା କାର୍ତି ରହିଲା ନାହିଁ। ଏବେ ସୁଜାତା ବିଜେଡିରେ ମିଶିବା ପରେ ଦଳରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ବବି ଜାଗାରେ ଏବେ ସଞ୍ଜୟ ଆସିଛନ୍ତି। କାରଣ କିଛି ରାଜନୈତିକ ଗତିବିଧି ଏବେ ତାହା ବୟାନ କରୁଛି। କେଉଁଝର, ନୂଆପଡା, ଗଞ୍ଜାମ, ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଜେଡି ସାଙ୍ଗଠନିକ କାର୍ଯ୍ୟକ୍ରମ ଦେଖୁଛନ୍ତି। ଅସନ୍ତୁଷ୍ଟ ନେତାଙ୍କୁ ଭେଟି ଏକାଠି କରୁଛନ୍ତି। ଯେମିତି ସୁଜାତାଙ୍କ ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିବା ବଦ୍ରି ପାତ୍ରଙ୍କୁ ଭେଟି ମାନଭଞ୍ଜନ କରିଛନ୍ତି ସଞ୍ଜୟ।

ନିକଟରେ ସୁଜାତା ପୁରୀ ଯାଇଥିଲେ। ବିଜେଡି ସାଂସଦ ସୁବାଶିଷ ଖୁଣ୍ଟିଆଙ୍କ ସହ ଅନେକ ନେତା ତାଙ୍କ ସହ ଥିଲେ। ହେଲେ ଉପସ୍ଥିତ ନଥିଲେ ସ୍ଥାନୀୟ ବିଧାୟକ ସୁନୀଲ ମାହାନ୍ତି। ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବାବେଳେ ତେର୍ଛା ବାଣ ମାରିଛନ୍ତି ବିଜେଡି ବିଧାୟକ। କହିଛନ୍ତି, ମନ୍ଦିର ବାହାରେ ବହୁ ଗୁମାସ୍ତା ବୁଲୁଛନ୍ତି କହି ସୁବାଶିଷ ଖୁଣ୍ଟିଆଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସୁଜାତାଙ୍କୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ଗୋଟିଏ ପଟେ ସୁଜାତାଙ୍କୁ ନେଇ ବରିଷ୍ଠ ନେତା ଚୁପ୍ ଅଛନ୍ତି। ନବୀନଙ୍କ ନିଷ୍ପତ୍ତିକୁ ସମର୍ଥନ କରିବେ ନା ବିରୋଧ କରିବେ। ଅନ୍ୟପଟେ ନୂଆ ସମୀକରଣ ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *