ପହିଲି ରଜ ଉତ୍ସବ ଉଲ୍ଲାସରେ ପାଳିତ

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ଟିକିରି ସ୍ଥିତ ବିଭିନ୍ନ ସ୍ଥାନରେ ୧୪ ଜୁନ: ଓଡ଼ିଶାର ଗଣପର୍ବ ରଜର ପ୍ରଥମ ଦିନ ‘ପହିଲି ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ରଜ ମହୋତ୍ସବ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଘରେ ଘରେ ପୋଡ଼ପିଠା, ମଣ୍ଡାପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ରଜ ପାରିତ କରିଥିବା ବେଳେ। ଯୁବତୀ ଓ ମହିଳାମାନେ ନୂଆ ବସ୍ତ୍ର ପରିଧାନ କରି ଦୋଳି ଖେଳିବା ସହ ରଜଗୀତ ଗାଇ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ। ରଜ ପର୍ବ ମାଟି ମାଆଙ୍କ ଋତୁସ୍ନାନର ପ୍ରତୀକ ହୋଇଥିବାରୁ ଏହାକୁ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପର୍ବ ଭାବେ ପାଳନ କରାଯାଏ। ପହିଲି ରଜ ଅବସରରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ପରସ୍ପରକୁ ରଜର ଶୁଭେଚ୍ଛା ଜଣାଇଥିଲେ। ଏହି ପର୍ବ ସମାଜରେ ଭାଇଚାରା, ସମ୍ପ୍ରୀତି ଓ ଓଡ଼ିଆ ପରମ୍ପରାକୁ ଆହୁରି ସୁଦୃଢ଼ କରୁଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ

ଟିକିରି ରାୟଗଡ଼ା ରୁ ଆକାଶ କୁମାର ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *