କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ବିଶାଖାପାଟଣା ଠାରୁ ରାୟୁପୁର ଯାଇଥିବା ୦୬ ନମ୍ବର ରାଜ୍ୟ ରାଜପଥରେ ମୁଖ୍ୟ ରାସ୍ତାରେ ରବିବାର ବିଳମ୍ବିତ ରାତିରେ ଆଲୁମିନା ପାଉଡର ନେଇ ଯାଉଥିବା ସମୟରେ ଟ୍ୟାଙ୍କର ନଂ ୟୁପି ୫୩ ଏଫଟି ୧୯୪୮ ଦୁର୍ଘଟଣା ଗସ୍ତ ହୋଇଥିଲା I ଗାଡି ରଚାଳକ କେବିନ୍ ରେ ଚାପି ହୋଇ ରହିଯାଇଥିଲେ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ବିଶ୍ଵନାଥ ପୁର ଥାନା ଅଧିକାରୀ ତୁଳସୀ ରାମ ଶବର ସହିତ ସମସ୍ତ ପୋଲିସ ସଦଳବଳେ ପହଞ୍ଚି ତଦନ୍ତ କରିବା ସହିତ ମୃତ ଦେହ ଉଦ୍ଧାର କରିବା ପାଇଁ ଦୀର୍ଘ ୨୧ ଘଣ୍ଟା ଧରି ସଂଘର୍ଷ ପରେ କାଲି ସୋମବାର ଅପରାହ୍ନ ଚାରି ଘଣ୍ଟା ସମୟରେ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଓ ବେଦାନ୍ତ ଅଗ୍ନିଶମ ବିଭାଗ ର ଆସିଣ୍ଟାଟ ଫାୟାର ଅଫିସର ଭବାନୀ ଶଙ୍କର ନନ୍ଦ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପୋଲିସ କୁ ଶବ ଟିକୁ ହସ୍ତାନ୍ତର କରିଥିଲେ । ପରେ ବିଶ୍ଵନାଥ ପୁର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଲାଞ୍ଜିଗଡ଼ କୁ ପଠାଇ ଥିବା ସୁଚନା ମିଳିଛି । ଗତକାଲି ସମୟ ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ ଆଜି ସକାଳୁ ଶବ ବ୍ୟବଚ୍ଛେଦ ପରେ ତାଙ୍କର ପରିବାର ବର୍ଗଙ୍କୁ ଶବକୁ ହସ୍ତାନ୍ତର କରIଯାଇଥିଲା ବୋଲି ବିଶ୍ୱନାଥପୁର ପୋଲିସ ପକ୍ଷରୁ ସୁଚନା ମିଳିଛି ।
କଳାହାଣ୍ଡି ପ୍ରତିନିଧି (ମହେଶ୍ୱର ପତି) ଙ୍କ ରିପୋର୍ଟ
